Posts

BPUT Exam to be Held Online

ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟର ପରୀକ୍ଷା। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ  BPUT  ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ନଚେତ୍‌ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍‌ସନ୍‌ ମଧ୍ୟ ବାଛି ପାରିବେ। ଏ ନେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି। Source: OTV Khabar

ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ

ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧା ରୁ ୧୯ଜଣ, ନୟାଗଡ଼ରୁ ୩ଜଣ, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗିରରୁ ଜଣେ ଲେଖାଏ, ମୟୂରଭଞ୍ଜରୁ ୩ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୨ଜଣ, ଗଞ୍ଜାମରୁ ୧୮ଜଣ, ଦେବଗଡ଼ ରୁ ୫ଜଣ, ସୁନ୍ଦରଗଡ଼ରୁ ୭ଜଣ, କେନ୍ଦ୍ରାପଡ଼ାରୁ ୨ଜଣ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ପନ୍‌ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା NDRF/ODRAFର ୬୧ଜଣ କର୍ମଚାରୀ ଅଛନ୍ତି। ଆହୁରି ପଢ଼ନ୍ତୁ:  ଘରକୁ ଫେରିଥିଲେ ବାହା ହୋଇଥାନ୍ତେ, କରୋନା ନେଇଗଲା ଜୀବନ  

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ  ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। କରୋନା ସ୍ଥିତି ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ହେବ କି ନାହିଁ ସ୍ଥିର ହୋଇନାହିଁ। ଏପରି ପରିସ୍ଥିତିରେ ସ୍ନାନଯାତ୍ରା ପରେ ଅଣସରରେ ଅଛନ୍ତି ଶ୍ରୀଜିଉ। ଏହି ଅବସରରେ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବାର ବ୍ୟବସ୍ଥା କରାଯାଇଛି।  ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ଯାଏ ଚାଲିବ ଏହି ହୋମିଓପାଥି ଚିକିତ୍ସା ଶିବିର।  ଏହି ଔଷଧ ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା, ଗରାବଡ଼ୁ ସେବକଙ୍କୁ ଦିଆଯିବ । ୭୪ଜଣ ଦଇତାପତି ସେବାୟତଙ୍କୁ ଆସନ୍ତା ୯ ତାରିଖରେ ଏହି ଔଷଧ ଦିଆଯିବ। ସେହିପରି ୩୪୫ଜଣ ପ୍ରତିହାରୀ ସେବାୟତଙ୍କୁ ୧୦ ତାରିଖରେ, ୧୧ ତାରିଖରେ ୬୦୦ଜଣ ସୁଆର ଓ ମହାସୁଆର ସେବାୟତଙ୍କୁ ଏହି ଔଷଧ ଦିଆଯିବ। ଅନ୍ୟପକ୍ଷେ ୧୫୪ଜଣ ପୂଜାପଣ୍ଡାଙ୍କୁ ୧୨ତାରିଖରେ,  ୩୪ଜଣ ଗରାବଡ଼ୁ ସେବକଙ୍କୁ ୧୩ତାରିଖରେ ଏହି ହୋମିଓପାଥି ଔଷଧ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି। ପଢ଼ନ୍ତୁ:...

ସ୍ନାନପୂର୍ଣ୍ଣମୀରେ ଗଜାନନ ବେଶ କାହିଁକି ?

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏହି ତିଥି । ସ୍ନାନବେଦି ଉପରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ଚର୍ମଚକ୍ଷୁରେ  ନ ହେଲେ ବି ଟିଭି ପରଦାରେ ମହାପ୍ରଭୁଙ୍କ ଅପୂର୍ବ ଶୋଭା ଦର୍ଶନର ସୌଭାଗ୍ୟ ଲାଭ କରିବେ। ଭକ୍ତଙ୍କ ମନ ଜାଣି ପ୍ରଭୁ ଆଜି ସ୍ନାନବେଦି ଉପରେ ଗଜାନନ ବେଶ ବା ହାତୀବେଶରେ ଦର୍ଶନ ଦେବେ। ତେବେ କାହିଁକି ଆଜି ପ୍ରଭୁଙ୍କର ଗଜାନନ ବେଶ। ଏ ନେଇ ଏକ ସୁନ୍ଦର କାହାଣୀ ରହିଛି। ମହାରାଷ୍ଟ୍ରର ଗଣପତି ଭଟ୍ଟ ଥରେ ତାଙ୍କ ବାପାଙ୍କଠାରୁ ଶୁଣିବାକୁ ପାଇଲେ ପୁରୀ ଶ୍ରୀକ୍ଷେତ୍ରରେ ବ୍ରହ୍ମ ଅଛନ୍ତି। ଭଟ୍ଟଙ୍କର ଏକା ଜିଦ୍ ସେ ବ୍ରହ୍ମ ଦର୍ଶନ କରିବେ। ଭଟ୍ଟଙ୍କର ଆରାଧ୍ୟ ଦେବତା ଗଣପତି।  ତେଣୁ ସେ ବୁଝନ୍ତି ବ୍ରହ୍ମମାନେ ତାଙ୍କ ପ୍ରିୟ ଗଣପତି। ତେଣୁ ତାଙ୍କର ଏକା ଜିଦ୍‌ ସେ ହିଁ ଗଣପତି ଆଉ ସେ ହିଁ ବିଶ୍ୱ ନିୟନ୍ତା। ତେଣୁ ସେ ପୁରୀ ଯିବେ ଆଉ ବ୍ରହ୍ମ ଦର୍ଶନ କରିବେ। ହେଲେ କେଉଁଠି ମହାରାଷ୍ଟ୍ର , କେଉଁଠି ପୁରୀ ! ତଥାପି ହତାଶ ହୋଇ ନ ଥିଲେ ଭଟ୍ଟ ମହାଶୟ। ବ୍ରହ୍ମ ଦର୍ଶନ ଆଶା ନେଇ ଗାଁ ଛାଡ଼ି ବାହାରିଲେ ପୁରୀ ଅଭିମୁଖେ।  ସାହି ପଡିଶା, ପ୍ରିୟଜନଙ୍କଠାରୁ ମେଲାଣି ନେଲେ। ପାଦ ବଢିଲା ଶ୍...

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

Image
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ହେଲେ ୮୦ କରୋନା ଆକ୍ରାନ୍ତ।  ୮୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଆରୋଗ୍ୟଙ୍କ ସଂଖ୍ୟା ୧୩୨୫ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୀ ଜିଲ୍ଲାରୁ ୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

୧୪୧ କରୋନା ପଜିଟିଭ ଚିହ୍ନଟ, ୨୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଗତକାଲି ରାଜ୍ୟରେ  ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ଛୁଇଁଥିବା  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ର ସୂଚନା ମିଳିଛି। ଏଥିସହିତ ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୯୧ ଜଣ ଚିକିତ୍ସି ହେଉଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ହୋଇଥିବା ୧୪୧ ଜଣ ୧୮ ଜିଲ୍ଲାର। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬, ନୂଆପଡ଼ାଅରୁ ୧୯, କେନ୍ଦ୍ରାପଡ଼ାରୁ ୧୩, ଯାଜପୁରରୁ ୧୦, ସୁନ୍ଦରଗଡ଼ରୁ ୮, ବଲାଙ୍ଗିରରୁ ୭, କଟକରୁ ୬, ପୁରୀରୁ ୫, ଜଗତସିଂହପୁର, ଗଜପତି, କେନ୍ଦୁଝରରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଓ ଢେଙ୍କାନାଳରୁ ୨ ଜଣ ଲେଖାଏଁ କରୋନ ରୋଗୀ ଚିହ୍ନଟ ହୋଇଥିବବେଳେ  ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅଧିକ କରୋନା ଖବର ପାଇଁ ପଢ଼ନ୍ତୁ 

ପରିବାର ଲୋକେ ଗ୍ରହଣ କଲେନି, ଗଛମୂଳେ ରାତି ବିତାଇଲେ ପ୍ରେମୀଯୁଗଳ

Image
ଏକାଠି କାମ କରୁ କରୁ ମନ ଦେଇଦେଲେ।  ଆଉ ତା’ପରେ ଦୁହଁ ଦୁହିଁଙ୍କ ସୁଖଦୁଃଖର ସାଥୀ ପାଲଟିଗଲେ। ହେଲେ ଜାଣି ନ ଥିଲେ ଏଇ ପ୍ରେମ ଦିନେ ସେମାନଙ୍କ ପାଇଁ ଏମିତି ଦୁର୍ଦ୍ଦିନ ଆଣିଦେବ ବୋଲି।  ଏବେ ସେମାନେ ପରିବାର ଲୋକଙ୍କ ପାଇଁ ପର ହୋଇଯାଇଛନ୍ତି। ଏପରିକି ସେମାନଙ୍କ ଜାତି ବି ଗ୍ରହଣ କରିନି। ଏବେ ମୁଣ୍ଡ ଉପରେ ଖୋଲା ଆକାଶ। ଭବିଷ୍ୟତ ଅନ୍ଧକାର। କୁଆଡେ ଯିବେ ? କ’ଣ କରିବେ ? ଲକ୍‌ଡାଉନ ତ ଜୀବିକା ନେଇଯାଇଛ। ଜୀବନ କେମିତି ବଞ୍ଚାଇବେ ? ଏମିତି ଜୀବନଯନ୍ତ୍ରଣାର କାହାଣୀ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଦୁଇ ପ୍ରେମୀ ଯୁଗଳଙ୍କର। ଅଧିକ ଖବର ପାଇଁ କ୍ଲିକ କରନ୍ତୁ  

୧୯ ଜିଲ୍ଲାରୁ ୧୫୬ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ ପୁଣି  ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଛି ସୂଚନା। ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାରୁ ୯, ଭଦ୍ରକ ଜିଲ୍ଲାରୁ ୭, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା,  ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ, ବଲାଙ୍ଗିର ଓ ସମ୍ବଲପୁରରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୨୬ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲେ ବି କରୋନାରେ ସେମାନଙ୍କର ମୃତ୍ୟୁ ଘଟି ନ ଥିବା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଅଧିକ ଜାଣିବା ପାଇଁ ପଢ଼ନ୍ତୁ