ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯ଜଣ, ନୟାଗଡ଼ରୁ ୩ଜଣ, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗିରରୁ ଜଣେ ଲେଖାଏ, ମୟୂରଭଞ୍ଜରୁ ୩ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୨ଜଣ, ଗଞ୍ଜାମରୁ ୧୮ଜଣ, ଦେବଗଡ଼ରୁ ୫ଜଣ, ସୁନ୍ଦରଗଡ଼ରୁ ୭ଜଣ, କେନ୍ଦ୍ରାପଡ଼ାରୁ ୨ଜଣ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ପନ୍ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା NDRF/ODRAFର ୬୧ଜଣ କର୍ମଚାରୀ ଅଛନ୍ତି।
ଆହୁରି ପଢ଼ନ୍ତୁ:
ଘରକୁ ଫେରିଥିଲେ ବାହା ହୋଇଥାନ୍ତେ, କରୋନା ନେଇଗଲା ଜୀବନ
Comments
Post a Comment