BPUT Exam to be Held Online
ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟର ପରୀକ୍ଷା। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍ଲାଇନ୍ରେ BPUT ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍ଲାଇନ୍ରେ ପରୀକ୍ଷା ଦେଇପାରିବେ ନଚେତ୍ କଲେଜ ଖୋଲିଲେ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ।
ଅନ୍ଲାଇନ୍ ପରୀକ୍ଷା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍ସନ୍ ମଧ୍ୟ ବାଛି ପାରିବେ। ଏ ନେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି।
Source: OTV Khabar
Comments
Post a Comment