ପରିବାର ଲୋକେ ଗ୍ରହଣ କଲେନି, ଗଛମୂଳେ ରାତି ବିତାଇଲେ ପ୍ରେମୀଯୁଗଳ


ଏକାଠି କାମ କରୁ କରୁ ମନ ଦେଇଦେଲେ।  ଆଉ ତା’ପରେ ଦୁହଁ ଦୁହିଁଙ୍କ ସୁଖଦୁଃଖର ସାଥୀ ପାଲଟିଗଲେ। ହେଲେ ଜାଣି ନ ଥିଲେ ଏଇ ପ୍ରେମ ଦିନେ ସେମାନଙ୍କ ପାଇଁ ଏମିତି ଦୁର୍ଦ୍ଦିନ ଆଣିଦେବ ବୋଲି।  ଏବେ ସେମାନେ ପରିବାର ଲୋକଙ୍କ ପାଇଁ ପର ହୋଇଯାଇଛନ୍ତି। ଏପରିକି ସେମାନଙ୍କ ଜାତି ବି ଗ୍ରହଣ କରିନି। ଏବେ ମୁଣ୍ଡ ଉପରେ ଖୋଲା ଆକାଶ। ଭବିଷ୍ୟତ ଅନ୍ଧକାର। କୁଆଡେ ଯିବେ ? କ’ଣ କରିବେ ? ଲକ୍‌ଡାଉନ ତ ଜୀବିକା ନେଇଯାଇଛ। ଜୀବନ କେମିତି ବଞ୍ଚାଇବେ ? ଏମିତି ଜୀବନଯନ୍ତ୍ରଣାର କାହାଣୀ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଦୁଇ ପ୍ରେମୀ ଯୁଗଳଙ୍କର।

Comments